ମାସ ଆରମ୍ଭରୁ ଗ୍ୟାସ ଉପୋଭକ୍ତାଙ୍କ ପାଇଁ ଖୁସି ଖବର । ଦେଶରେ କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି । ସାରା ଦେଶରେ ଆଜିଠୁ ଏହି ଦର ଲାଗୁ ହୋଇଛି । କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ ।

କମର୍ସିଆଲ ଗ୍ୟାସ ସିଲିଣ୍ଡର ୩୦ ଟଙ୍କା ହ୍ରାସ ପାଇବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୬୪୬ ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ଏହାର ମୂଲ୍ୟ ୧,୬୨୯ ରୁ ୧,୫୯୮ ଟଙ୍କାକୁ ହ୍ରାସ ପାଇଛି। ଚେନ୍ନାଇରେ ଏକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୮୪୦ ଟଙ୍କା ଏବଂ କୋଲକାତାରେ ୧,୭୮୭ ଟଙ୍କା ହୋଇଛି।

ଶେଷ ଥର ପାଇଁ ଜୁନ୍ ମାସରେ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୦ ଟଙ୍କା ହ୍ରାସ ପାଇଥିଲା । ତାପୂର୍ବରୁ ମେ ୧ ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୯ ଟଙ୍କା ହ୍ରାସ କରାଯାଇଥିଲା । ଏପ୍ରିଲ ୧ରେ ସିଲିଣ୍ଡର ପିଛା ୩୦.୫ଟଙ୍କା ହ୍ରାସ ପାଇଥିଲା। ଚଳିତ ବର୍ଷ ଚତୁର୍ଥ ଥର ପାଇଁ କମର୍ସିଆଲ ସିଲିଣ୍ଡର ଦର ହ୍ରାସ ହୋଇଛି । ପ୍ରତି ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ହୋଟେଲ, ରେସ୍ତୋରାଁ, ଚା’ ଷ୍ଟଲ, ଓ ଅନ୍ୟ ଭୋଜନାଳୟଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି ।

Leave a Reply

Your email address will not be published. Required fields are marked *