ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କ ମୁଣ୍ଡରେ ଗୁଳିମାଡ଼ରାଜନୈତିକ ରାଲିରେ ପ୍ରଚାର ବେଳେ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ କାବୁ କଲା ପୋଲିସ ।

ଅନ୍ୟପଟେ। ଗୁଳିମାଡ଼ ଘଟଣାକୁ ନିନ୍ଦା କଲେ କଲମ୍ବିଆ ସରକାର । ଦଳ ଏହି ଆକ୍ରମଣକୁ ଗମ୍ଭୀରତାର ସହ ନେଇଛି। ଦଳ ସମେତ କୌଣସି ଅଧିକାରୀ ମିଗୁଏଲଙ୍କ ଅବସ୍ଥା ବିଷୟରେ କିଛି କହିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। କଲମ୍ବିଆ ରାଷ୍ଟ୍ରପତି ଏକ ବିବୃତ୍ତି ଜାରି କରି ଆକ୍ରମଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଫଣ୍ଟିବନ୍ ପାର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ନିର୍ବାଚନ ଥିବା ବେଳେ କଲମ୍ବିଆର ରାଜଧାନୀରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେ ପ୍ରଚାର କରୁଥିଲେ । ଭାଷଣ ଚାଲିଥିବା ବେଳେ ଅଚାନକ ଗୁଳି ଶବ୍ଦ ଶୁଣାଯାଇଥିଲା । ଯେଉଁ ଗୁଳି ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କ ମୁଣ୍ଡରେ ବାଜିଥିଲା । ଏଥିରେ ସେ ଗୁରୁତର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *