ପ୍ରବଳ ଜାଡରେ ଥରୁଛି ପୂରା ଓଡିଶା । ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବାରେ ଲାଗିଛି। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି। ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି । ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ଜି. ଉଦୟଗିରିରେ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ ରହିଥିବା ବେଳେ ସେମିଳିଗୁଡ଼ାରେ ୬.୮, ରାଉରକେଲା ୭.୨ ଡିଗ୍ରୀ, ଫୁଲବାଣୀ ୭.୫, ଝାରସୁଗୁଡା ୭.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫, ଚିପିଲିମାରେ ୯.୩ ଡିଗ୍ରୀ ରେକର୍ଡ ରହିଥିବା ଜଣାଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନର ପୂର୍ବାନୁମାନ ଅନୁସାରେ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆଗାମୀ ଦିନରେ ଶୀତ ଆହୁରି ବଢ଼ିପାରେ।  ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ଏହା ସହ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନକୁହୁଡି ହୋଇପାରେ। ଫଳରେ ଦୃଶ୍ୟମାନ କ୍ଷମତା ୨୦୦ ମିଟରରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *