ରାଜ୍ୟରେ ବଢ଼ୁଛି ଶୀତ। ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର । ସେହିପରି ୧୫ ଡିଗ୍ରୀ ତଳେ ଆଉ ୧୫ ସହରର ତାପମାତ୍ରା ।

ପ୍ରବଳ ଶୀତରେ ଥରୁଛି ଜି. ଉଦୟଗିରି ଏହାର ତାପମାତ୍ରା ୪.୪ ଡିଗ୍ରି ସେଲସିୟସ୍ ରହିଥିବା ବେଳେ ସେମିଳିଗୁଡା ୬.୧, ରାଉରକେଲା ୭.୨, ଦାରିଙ୍ଗବାଡି ୭.୫, ଝାରସୁଗୁଡା ୭.୬, ଫୁଲବାଣୀ ୮, ଚିପିଲିମା ୮.୭, କିରେଇ ୮.୮ ।

ସେହିପରି ଅନୁଗୁଳ ୯, କେନ୍ଦୁଝର ୯.୬, ଟ୍ବିନ୍‌ସିଟି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ର ୧୦ ଡିଗ୍ରି ତଳେ ରହିଛି।

ଅନ୍ୟପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି କି , ଆଗକୁ ଆହୁରି ଶୀତ ବଢ଼ିବ । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହେବାସହ କାଲୁଆ ପବନ ବୋହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave a Reply

Your email address will not be published. Required fields are marked *