ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମାନଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ଏହି ବୈଠକ ବସିଛି। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅଧିକାଂଶ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି। ଆଗକୁ ବିଭାଗ ୱାରି କିଭଳି କାମ କରାଯିବ ସେ ନେଇ ଆଲୋଚନା କରାଯାଉଛି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ୧୦୦ ଦିନର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ରିପୋର୍ଟ ମାଗିଛନ୍ତି। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ପାଇଁ ପରାମର୍ଶ ଦେଇଛନ୍ତି। ନିଜ ନିଜ ବିଭାଗର କାମକୁ ଆହୁରି ତ୍ୱରାନ୍ୱିତ କରିବାକୁ କହିଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ବୈଠକ କରୁଥିବା ବେଳେ ସ୍ୱାସ୍ଥ୍ୟ, ରାଜସ୍ୱ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ପୂର୍ତ୍ତ, ଜଙ୍ଗଲ ଓ ପରିବେଶ ଏବଂ କୃଷି ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ଥିବା ଜଣାଯାଇଛି। ମନ୍ତ୍ରୀମଣ୍ଡଳରେ ଅନେକ ନୂଆ ଚେହେରା ଅଛନ୍ତି। ମନ୍ତ୍ରୀ ଯେଭଳି ପ୍ରଭାବଶାଳୀ ଢଙ୍ଗରେ କାମ କରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷକରି ତୃଣମୂଳସ୍ତରରେ ଯୋଜନା ପହଞ୍ଚାଇବା ଉପରେ ଧ୍ୟାନ ଦେଇଛନ୍ତି। Post navigation ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗ: ହାଇକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି ଓଡ଼ିଶା ହାଇକୋର୍ଟରେଥିବା ବିଚାରପତି ଏବେ ହେବେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି