ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଫସଲ ପାଇଁ ୧୧ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବେ। ଏହାସହିତ ପ୍ରତ୍ୟେକ ଚାଷୀଙ୍କୁ ଏକ ଟଙ୍କା ପ୍ରିମିୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ମଧ୍ୟ ମିଳିବ। ଏନେଇ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ଚାଷୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ। ହେଲେ ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨ ପ୍ରତିଶତ ସୁଧ ଦେବାକୁ ହେବ।

Leave a Reply

Your email address will not be published. Required fields are marked *