ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ସମ୍ମିଳନୀର ଦ୍ବିତୀୟ ଦିନ । ଆଜି ସମ୍ମିଳନୀରେ ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକଙ୍କୁ ତାଗିଦ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ୮ ଘଣ୍ଟାର ଡ୍ୟୁଟିରେ ସୀମିତ ନୁହେଁ । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ରାତି ୨ଟାରେ ବି କୌଣସି ଅଭିଯୋଗ ଆସିଲେ ବି ଶୁଣିବାକୁ ପଡ଼ିବ । ଯାହାଦ୍ବାରା ଆଗାମୀ ଦିନରେ ମୁଁ ଗର୍ବର ସହିତ କହିପାରିବି ଯେ, ଓଡ଼ିଶାର ପୁଲିସ ବିଭାଗ ଦିନ ରାତି ୨୪ ଘଣ୍ଟା ଡ୍ୟୁଟିରେ ରହିଛନ୍ତି। ଅପରାଧୀଙ୍କ ପାଇଁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ସହ ମହିଳା ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ଦେବାକୁ ପଡ଼ିବ । ଏହା ସହ ମୁଖ୍ୟମନ୍ତ୍ରୀ ସପ୍ତାହକ ମଧ୍ୟରେ ତଦନ୍ତ ଓ ଦଣ୍ଡବିଧାନ ତଥ୍ୟ ମାଗିଛନ୍ତି। ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯିବା ଦରକାର । ଥାନାରେ ମହିଳାଙ୍କ ପ୍ରତି ଉଚିତ୍ ବ୍ୟବହାର କର । ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ପରେ ମାମଲା ଦାଏର କର । ରାତି ସମୟରେ ଲୋକ ଅଭିଯୋଗ କରିବାକୁ ଗଲେ ଅଧିକ ଗୁରୁତ୍ୱ ଦିଆ । ଯଦି କୌଣସି ଅପରାଧ ହୁଏ ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । Post navigation ଡିଜିପିଙ୍କ ବିରୋଧରେ ବିଦ୍ରୋହ କରିବେ କି ପୁଲିସଓ୍ବାଲା ? ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ