୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି । ସରକାରରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପାଇଁ ଚର୍ଚ୍ଚା ଲାଗି ରହିଥିବ ବେଳେ ଉଭୟ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟି ଆଲୋଚନା କରିବା ସହିତ ରାଜ୍ୟ କମିଟି ଗଠନ, ବୋର୍ଡ ନିଗମ ନିଯୁକ୍ତି ନେଇ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ଯାହା ପରେ ଚର୍ଚ୍ଚା ବଢିଛି ଯେ ଖୁବଶୀଘ୍ର ରାଜ୍ୟରେ ବଦଳିପାରେ ମନ୍ତ୍ରିମଣ୍ଡଳ । ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦବୀ ବି ପୂରଣ କରାଯିବା ନେଇ ଅନ୍ତିମ ରୂପରେଖ ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ଗଲା ମାସରେ ରାଜ୍ୟ ବିଜେପି ସଭାପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିଲେ । Post navigation ସବୁ ରାଜସ୍ବ ଅଫିସ୍ରେ ଲାଗିବ ବାୟୋମେଟ୍ରିକ୍ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ