କାଲି ଜାରି ହେବ ପିଏମ୍‌ କିଶାନ ନିଧି ଯୋଜନାର ସପ୍ତଦଶ କିସ୍ତି । ବିଭିନ୍ନ ଜିଲ୍ଲା ଓ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ ହେବ କାର୍ଯ୍ୟକ୍ରମ । ବରଗଡ଼ରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉପସ୍ଥିତ ରହିବେ। ସଂଧ୍ୟା ସାଢ଼େ ୪ରୁ ୭ଟା ଯାଏଁ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗଦେବା ସହ ଅନ୍ୟ ଜିଲ୍ଲାଗୁଡ଼ିକରେ ଥିବା ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି ।

ସନ୍ଧ୍ୟା ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ବରଗଡ଼ର ସଚେତନ ନାଗରିକ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ମଙ୍ଗଳବାର ଅପରାହ୍ନ ୩ଟାରେ ବରଗଡ଼ର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସେଠାରୁ ରୋଡ଼ ଶୋ’ରେ ଉତ୍ସବସ୍ଥଳୀକୁ ଯିବେ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ଏବଂ ସେଠାରେ ଉପସ୍ଥିତ ଜନତାଙ୍କୁ ସମ୍ବାଧିତ କରିବେ।

Leave a Reply

Your email address will not be published. Required fields are marked *