ପଶ୍ଚିମବଙ୍ଗ କୋଲକାତାରେ ହେବ ନିବେଶକ ସମ୍ମିଳନୀ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲିଠାରୁ ପଶ୍ଚିମବଙ୍ଗର ଏକ ତିନି ଦିନିଆ ଗସ୍ତରେ ଆସି ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବାକୁ ଯାଉଛନ୍ତି। ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବିଭାଗୀୟ ସଚିବ ମଧ୍ୟ ଯୋଗ ଦେବେ । ସେହିପରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଯିବେ ବୋଲି ସୂଚନା ଦେଇଛନ୍ତି ।

ଆସନ୍ତାକାଲିଠାରୁ ପଶ୍ଚିମବଙ୍ଗରେ ନିବେଶକ ସମ୍ମିଳନୀ ଆରମ୍ଭ ହେବ । ଏହା ତିନି ଦିନ ଧରି ଚାଲିବ । ଏହି ବୈଠକରେ ଯୋଗଦେବା ବ୍ୟତୀତ, ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟରେ ନିବେଶ ଆଣିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ପ୍ରମୁଖ କର୍ପୋରେଟ୍ ନେତାଙ୍କ ସହ ଆଲୋଚନା କରିବାର ଆଶା କରାଯାଉଛି। ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିବେ ।

ନିକଟରେ ହାଇଦ୍ରାବାଦରେ ମଧ୍ୟ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାକୁ ୬୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ମିଳିଥିଲା ।

Leave a Reply

Your email address will not be published. Required fields are marked *