ଚଳିତ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏକ୍ସ ଯୋଗେ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ କହିଛନ୍ତି, ନୂତନ ଟିକସ ବ୍ୟବସ୍ଥାରେ ଏକ ପରିବର୍ତ୍ତନକାରୀ ପଦକ୍ଷେପରେ ୧୨ ଲକ୍ଷ ପର୍ଯ୍ୟନ୍ତ ଶୂନ୍ୟ ଆୟକର ଛାଡ଼ କରିବାଥବାରୁ ହୃଦୟରୁ ଧନ୍ୟବାଦ । ନାଗରିକଙ୍କୁ ସଶକ୍ତ ଓ ଅର୍ଥନୀତିକୁ ସମୃଦ୍ଧ କରିବ । ଏହି ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ କରୁଛି, ଅର୍ଥନୀତିକୁ ସୁଦୃଢ଼ କରୁଛି ଏବଂ ସମସ୍ତଙ୍କ ପାଇଁ ଉଜ୍ଜ୍ୱଳ ଆର୍ଥିକ ସୁଯୋଗ ପାଇଁ ପଥ ପ୍ରଶସ୍ତ କରୁଛି । Post navigation ୧୨ ଲକ୍ଷ ଆୟ ଉପରେ ଲାଗିବନି କୌଣସି ଟିକସ ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ ଅଭୟ ନାୟକ