ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ । ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ । ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ପୂର୍ବତନ ମେଡିକାଲ ଅଫିସର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍ସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ଡାକ୍ତର କରୁଣାକର ରାଉତ । ସୂଚନାଯୋଗ୍ୟ ୨୦୧୪ରେ ରାଜ୍ୟ ଟିମ ପକ୍ଷରୁ ମଧୁବନ ସିଏଚସିରେ ଏମଡିଏ ଯାଞ୍ଚ ସମୟରେ ଜନୈକା ଚୁକ୍ତିଭିତ୍ତିକ ସ୍ୱାସ୍ଥ୍ୟକର୍ମୀ ଅନୁପସ୍ଥିତ ଥିଲେ । ତାଙ୍କ ବିରୋଧରେ କୋଣସି କାର୍ଯ୍ୟାନୁଷ୍ଠାନ ନହେବା ନିମନ୍ତେ ସେହି ସମୟରେ ମେଡିକାଲ ଅଫିସର ଡା. ରାଉତ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଲାଞ୍ଚ ଗ୍ରହଣ କରି ଭିଜିଲାନ୍ସ ହାତରେ ଧରାପଡିଥିଲେ। ତାଙ୍କ ବିରୋଧରେ ଭିଜିଲାନ୍ସ ଏକ ମାମଲା ରୁଜ୍ଜୁ କରିଥିଲା। ଏହି ମାମଲାରେ ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କେସ୍ ରୁଜୁ ହୋଇଥିଲା। ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। ଡାକ୍ତରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ କରାଯାଇଥିଲା। ଇତି ମଧ୍ୟରେ ଭିଜିଲାନ୍ସ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ କରାଯାଇଥିଲା । ଇତି ମଧ୍ୟରେ ଭିଜିଲାନ୍ସ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । Post navigation ରାଗିଂ ଘଟଣା: ରେଭେନ୍ସାର ୧୦ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଡାକ୍ତରଙ୍କ ନାଁରେ ଷ୍ଟାଫ ନର୍ସଙ୍କ ନିର୍ଯାତନା ଅଭିଯୋଗ