ଓଡ଼ିଶାରେ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜାତୀୟ ରାଜପଥର ନିର୍ମାଣ ନେଇ ଆଜି କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଭୁବନେଶ୍ୱରରୁ ପୁରୀ ଯାଏଁ ହେବ ସର୍ଭିସ ରୋଡ୍। ଏହି ସର୍ଭିସ ରୋଡ୍ ସହ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ । ସେଥିପାଇଁ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହି ଭଳି ଚଣ୍ଡିଖୋଲରୁ ବଡବିଲ ରାସ୍ତା ୮ ଲେନ୍ ବିଶିଷ୍ଟ ରୋଡ଼, ଖୋର୍ଦ୍ଧା-ନୟାଗଡ ୪ ଲେନ୍ ବିଶିଷ୍ଟ ରୋଡ୍ ଓ କେସିଙ୍ଗା-ଜୁନାଗଡ ରାସ୍ତା ୪ ଲେନ୍ ବିଶିଷ୍ଟ କରାଯିବ । ଏହାବାଦ୍ ସେତୁବନ୍ଧ ଯୋଜନାରେ ମଧ୍ୟ ଓଡିଶାକୁ ୨୫୦ କୋଟି ଟଙ୍କା ଅନୁଦାନ ମିଳିଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *