ପୁଣି ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ । ସେଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । କମିଟି, ବୋର୍ଡ ନିଗମ ନିଯୁକ୍ତି, ମନ୍ତ୍ରିମଣ୍ଡଳ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି ମୋହନ । ଅନ୍ୟପଟେ ଗତକାଲିଠାରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ନୂଆଦିଲ୍ଲୀରେ ଅଛନ୍ତି। ମନମୋହନ ସାମଲ ଦିଲ୍ଲୀରେ ଥିବାରୁ ରାଜ୍ୟ ସଂଗଠନ ନେଇ କିଛି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। Post navigation ଏସିଆ କପ୍ ଚାମ୍ପିୟନ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ ଭିତରକନିକା ଜଙ୍ଗଲରେ ମାଆପୁଅ ନିଖୋଜ; ୫ ଦିନ ହେବ ମିଳୁନି ପତା