ଏଥର ଇଂରାଜୀ ନୂଆବର୍ଷ ପାଳନ କରିବେନାହିଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇଂରାଜୀ ନବବର୍ଷ ଅବସରରେ ଆନୁଷ୍ଠାନିକ ଭାବରେ କୌଣସି ଉତ୍ସବ କିମ୍ବା ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ଜରିଆରେ ଏହି ସଂପର୍କରେ ସୂଚନା ଦେବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ତଥା ଅଦିନିଆ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଫସଲ ହାନୀ ପରିପ୍ରେକ୍ଷୀରେ ଶୁଭେଚ୍ଛୁ ଓ ହିତାକାଂକ୍ଷୀମାନେ ନବବର୍ଷରେ କୌଣସି ପ୍ରକାର ଫୁଲତୋଡ଼ା, ଡାଏରୀ କିମ୍ବା ଅନ୍ୟାନ୍ୟ ଦ୍ରବ୍ୟ ସାଙ୍ଗରେ ନେଇ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏଥିରେ ଜଣା ପଡ଼ିଛି ଅଦିନିଆ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ଚାଷୀଙ୍କ ଫସଲ ହାନୀ ହୋଇଥିବାରୁ କାରଣରୁ ସେ ଦୁଃଖିତ ଅଛନ୍ତି । ଏଥିପାଇଁ ଚଳିତବର୍ଷ ସେ ନୂଆବର୍ଷ ପାଳିବେନି ବୋଲି ନିଷ୍ପତି ନେଇଛନ୍ତି । Post navigation ମୟୂରଭଞ୍ଜର ନୂତନ କ୍ଷମତାକେନ୍ଦ୍ର ମନ୍ତ୍ରୀ ଡ. କୃଷ୍ଣ ମହାପାତ୍ର ମହାନଦୀରୁ ୨ଟି ପୂରାତନ ମୂର୍ତ୍ତି ଉଦ୍ଧାର