ଲୋକଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ସରକାର ଦାୟିତ୍ୱ ନେବା ପରେ ଏହା ହେଉଛି ପଞ୍ଚମ ଜନ ଶୁଣାଣି । ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । କିଛି ଦିନ ପାଇଁ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଆଜି ପୁଣି ଥରେ ଖୋଲିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଲୋକଙ୍କ ଅଭିଯୋଗ ଶୁଣିବା ସହିତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ୩୧ ଜଣ ଦିବ୍ୟାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ ସିଧାସଳଖ ଭେଟି ସମସ୍ୟା ଶୁଣିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଯୋଗ୍ୟ; ଗତ ଅକ୍ଟୋବର ୨୮ ତାରିଖ ପାଇଁ ପଞ୍ଜିକରଣ କରିଥିବା ଆବେଦନକାରୀଙ୍କର ଆଜି ଶୁଣାଣି ହୋଇଛି । ଏ ନେଇ ବିଜ୍ଞପ୍ତି ମାଧ୍ୟମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ଅଭିଯୋଗ ଶୁଣାଣି ପାଇଁ ୧୦୦୦ ପଞ୍ଜିକରଣ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଲୋକଙ୍କ ଅଭିଯୋଗର ଶୁଣାଣୀ କରିଛନ୍ତି । Post navigation ଆଳୁ ଦାନବ ବନାମ ଏଣ୍ଡୁଅ ସପ୍ତାହେ ହେଲା ବନ୍ଦ ରହିଛି ୧୦୮ ଆମ୍ବୁଲାନ୍ସ ସେବା; ରୋଗୀ ହନ୍ତସନ୍ତ