ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତି ରେ ମଧ୍ଯ ବରଦାସ୍ତ କରାଯିବ ନାହିଁ । ଏହା ସହ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପଣ୍ଡା ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ସୂଚନା ଯୋଗ୍ୟ; ଗତକାଲି ଗୁଳିମାଡ଼ରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟିଛି । ବୈଦ୍ୟନାଥପୁର ଥାନା ବ୍ରହ୍ମାନଗରଠାରେ ତାଙ୍କୁ ଗୁଳିମାଡ଼ ହୋଇଛି । ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳି ପୀତବାସଙ୍କ ଛାତିରେ ବାଜିଥିଲା । ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Post navigation କଟକରେ ସ୍ଥିତି ସ୍ବାଭାବିକ; କୋହଳ ହେଲା କର୍ଫ୍ୟୁ କଟକଣା ଭାଇଚାରାର ସହର କଟକ; ଫେରିଆସୁ ଶାନ୍ତି