ଆଜି ଭୁବନେଶ୍ବର ୧ ନମ୍ବର ହାଟ ଯାଇ ଦୀପ, ତେଲ, ସଳିତା, ନଡ଼ିଆ, ଆଖୁ, କଦଳୀ ଗଛ ଭଳି ବିଭିନ୍ନ ସାମଗ୍ରୀ ନିଜ ପତ୍ନୀ ପ୍ରିୟଙ୍କାଙ୍କ ସହ କିଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହାର ଯେତିକି ଟଙ୍କା ବ୍ୟବସାୟକୁ ସେତିକି ଟଙ୍କା ଦେଇଛନ୍ତି । ଏହା ସହ ଦୋକାନୀଙ୍କ ଭଲ ମନ୍ଦ ବୁଝିବା ସହିତ ଦୋକାନ ଆଗ ରାସ୍ତା ଯେମିତି ଭିଡ଼ ନହୁଏ, ତା ଉପରେ ଧ୍ୟାନ ଦେଇ ବିକ୍ରି କରିବାକୁ ଦୋକାନୀଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ।

ଏହି ସମୟରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ସୁଖ ସମୃଦ୍ଧି କାମନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୪ରେ ବିଧାୟକ ଥିବା ସମୟରେ ୧ ନମ୍ବର ହାଟ ନିକଟରେ ରହୁଥିଲେ ସେ ସମୟରୁ ସେ ଏହିଠାରୁ ଦୀପାବଳିରେ ସବୁ ସାମଗ୍ରୀ କିଣା କିଣି କରନ୍ତି । ଆଜି ମଧ୍ୟ ସେ ସେଇଠୁ ସବୁ କିଣୁଛି।

ଅନ୍ୟପଟେ ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୋହନ ମାଝୀ। ଗାଁରେ ପରିବାର ସହ ଏବଂ ଗାଁ ଲୋକଙ୍କ ଗହଣରେ ପାଳନ କରିବେ ଦୀପାବଳି। ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ ମାନେ । ଏହି ଆଦିବାସୀ ପରମ୍ପରା ଅନୁଯାୟୀ ସୋହରାଇ ପୂଜାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ସେଠାରେ ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *