କୋଣାର୍କ ଇକୋ ରିଟ୍ରିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋଣାର୍କରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ‘ବିକଶିତ ଭାରତ ୨୦୪୭’ର ପରିକଳ୍ପନା ଅନୁଯାୟୀ ଆୟୋଜନ କରାଯାଉଛି। ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।। କେନ୍ଦ୍ର ଖଣି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗିତାରେ ସମ୍ମିଳନୀର ଆୟୋଜନ କରାଯାଇଛି । ୨ ଦିନ ଧରି କୋଣାର୍କ ଇକୋ ରିଟ୍ରିଟ୍ରେ ଚାଲିବ ଏହି ସମ୍ମିଳନୀ । ଏଥିରେ ଓଡ଼ିଶା ସମେତ ୧୬ଟି ଖଣି ବହୁଳ ରାଜ୍ୟର ମନ୍ତ୍ରୀମାନେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୁତିଭୂଷଣ ଜେନା ବି ଏଥିରେ ଯୋଗ ଦେଇଛନ୍ତି। । ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ରହିବ ଫୋକସ୍ ରହିଛି । Post navigation ଶୀତରେ କଲବଲ ସାରା ରାଜ୍ୟ; ୧୦ ଡିଗ୍ରୀ ତଳେ ୫ ସହରର ତାପମାତ୍ରା ୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ