ଗତକାଲି ଜୟଦେବ ଭବନରେ ରାଷ୍ଟ୍ରଦୀପର ଷଷ୍ଟିପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଷ୍ଟ୍ରଦୀପ ଓଡ଼ିଆ ସମ୍ବାଦପତ୍ର ଜଗତରେ ଏକ ଉଜ୍ୱଳ ଆଲୋକ ବର୍ତ୍ତିକା ଓ ସାଂପ୍ରତିକ ବିଭେଦମୟ ରାଜନୈତିକ ପରିସ୍ଥିତିରେ ରାଷ୍ଟ୍ରବାଦର ଶିଖାକୁ ପ୍ରଜ୍ଜ୍ଵଳିତ କରିବାରେ ଏହିପରି ସ୍ଵରର ଅତ୍ୟନ୍ତ ଆବଶ୍ୟକତା ଅଛି। ରାଷ୍ଟ୍ରଦୀପ ପରି ଗଣମାଧ୍ୟମ ଯେତେ ସକ୍ରିୟ ମୁଖର, ଶକ୍ତିଶାଳୀ ଓ ପ୍ରଭାବଶାଳୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ କଲ୍ୟାଣକାରୀ ହେବ ।

ମୁଖ୍ୟମନ୍ତ୍ରୀ ଏହା ମଧ୍ଯ କହିଥିଲେ ଯେ ଓଡିଶାରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସମସ୍ୟା ପ୍ରତି ମୁଁ ଓ ଆମ ସରକାର ଅବଗତ ଅଛୁ । ଏ ନେଇ ବିଭିନ୍ନ ସାମ୍ବାଦିକ ସଙ୍ଗଠନଙ୍କ ପକ୍ଷରୁ ସରକାରଙ୍କର ଯେଉଁ ଦୃଷ୍ଟି ଆକର୍ଷଣ କରାଯାଇଛି ସେ ଦିଗରେ କ’ଣ କରାଯାଇ ପାରିବ ଏଥିପ୍ରତି ଆମେ ସମ୍ବେଦନଶୀଳ ଅଛୁ ଓ ସମସ୍ୟାର ସମାଧାନ ପାଇଁ ସକ୍ରୀୟତା ପୂର୍ବକ ଚିନ୍ତା କରୁଛୁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସାଂପ୍ରତିକ ବିଭେଦମୟ ରାଜନୈତିକ ପରିସ୍ଥିତିରେ ରାଷ୍ଟ୍ରବାଦର ଶିଖାକୁ ପ୍ରଜ୍ଜ୍ଵଳନ କରିବାରେ ‘ରାଷ୍ଟ୍ରଦୀପ’ ପରି ସ୍ଵରର ଅତ୍ୟନ୍ତ ଆବଶ୍ୟକତା ଅଛି। ସମାଜରେ ଜାଗରଣ ଓ ସଚେତନତା ଆଣିବା ଗଣମାଧ୍ୟମର ପ୍ରମୁଖ କାର୍ଯ୍ୟ ଏବଂ ଗତ ଷାଠିଏ ବର୍ଷ ହେଲା ରାଷ୍ଟ୍ରଦୀପ ଏହି କାର୍ଯ୍ୟ ନିରନ୍ତର କରି ଆସୁଛି। ଗଣମାଧ୍ୟମ ସମାଜର ଆଖି ଓ କାନ ପରି କାର୍ଯ୍ୟ କରିଥାଏ । ଗଣମାଧ୍ୟମ ଅଧିକରୁ ଅଧିକ ପାଠକ ବା ଦର୍ଶକ ସଂଖ୍ୟା ବୃଦ୍ଧି କରିବା ସହିତ ଅଧିକ ପେସାଦାର ମନୋଭାବ ନେଇ ତଥା ସମାଜ ପ୍ରତି ଦାୟିତ୍ୱବୋଧର ଭାବନା ନେଇ କାର୍ଯ୍ୟ କଲେ ଏହା ତାଙ୍କ ପାଇଁ ତଥା ସମାଜ ପାଇଁ ମଙ୍ଗଳମୟ ହେବ। ସମାଜ କ’ଣ ଚାହୁଁଛି, ବିଶେଷକରି ସରକାରଙ୍କ ଠାରୁ ଏହା କ’ଣ ଆଶା କରୁଛି, ଏସବୁ ଗଣମାଧ୍ୟମରେ ପ୍ରତିଫଳିତ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply

Your email address will not be published. Required fields are marked *