ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏ ନେଇ ଆଜି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଖୁବଶୀଘ୍ର ରାଜ୍ୟରେ ଖୋଲିବ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହା ସହ ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ ସ୍ବତନ୍ତ୍ର ସେଲ୍ । ଏଥିସହିତ ମହିଳା କିପରି ସଶକ୍ତୀକରଣ ହୋଇପାରିବ ତାହା ନେଇ ପରାମର୍ଶ ଦେବାକୁ ଆହ୍ୱନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସମ୍ମିଳନୀର ପ୍ରଥମ ଦିନରେ ରାଜ୍ୟ ସରକାର ବିଭିନ୍ନ କମ୍ପାନୀ ସହ ୫୪ ଏମଓୟୁ ସ୍ଵାକ୍ଷରିତ କରିଥିଲେ। ୪.୫ ଲକ୍ଷ କୋଟିର ନିବେଶ ପାଇଁ ଚୁକ୍ତି ହୋଇଛି।