ଜାତୀୟ ରାଜଧାନୀ ଦିଲ୍ଲୀକୁ ତାର ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି । ଦିଲ୍ଲୀ ଦଶମ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ହେଇଛନ୍ତି ରେଖା ଗୁପ୍ତା । ରେଖାଙ୍କ ସହିତ ତାଙ୍କର ୬ ଜଣିଆ ମନ୍ତ୍ରୀ ମଣ୍ଡଳ ଯଥା ପ୍ରବେଶ ବର୍ମା, ଆଶୀଷ ସୁଦ, ପଙ୍କଜ ସିଂହ, ମନଜିନ୍ଦର ସିଂହ ସିରସା, କପିଲ ମିଶ୍ରା ଓ ରବୀନ୍ଦ୍ର ଇନ୍ଦ୍ରାଜ ଶପଥ ନେଇଛନ୍ତି । ରାମଲୀଳା ମଇଦାନରେ ଭବ୍ୟ ସମାରୋହରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର କ୍ୟାବିନେଟ ସଦସ୍ୟ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତି ରହିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହି ନୂତନ ସରକାରଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭାବିଳାଶ ପ୍ରଦାନ କରିଛନ୍ତି  ।

Leave a Reply

Your email address will not be published. Required fields are marked *