ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଏକ ବଡ଼ ଅଭିଯାନ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଛି। ଏହି ଅପରେଶନ ମାଧ୍ୟମରେ ପାକିସ୍ତାନ ଏବଂ ପିଓକେରେ ଅବସ୍ଥିତ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଛି ଶିବିରଗୁଡ଼ିକୁ ଧ୍ୱଂସ କରିଛି। ଯାହାକୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡ଼ିଆ ଏକ୍ସ ମଧ୍ୟମରେ ଖୁସି ବ୍ୟକ୍ତ କରି କହିଛନ୍ତି ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି। ଆମେ ସେନାର ସାହସକୁ ନମନ କରୁଛୁ। ଆମେ ସେନା ସହିତ ଅଛୁ। ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ ଆତଙ୍କବାଦ ଉପରେ ପ୍ରତ୍ୟେକ ଆକ୍ରମଣ ଏକ ବାର୍ତ୍ତା, ଆମେ ଆମର ସାର୍ବଭୌମତ୍ୱ ପ୍ରତି ବିପଦକୁ ସହ୍ୟ କରିବୁ ନାହିଁ । ସେହିପରି ନବୀନ ପଟ୍ଟନାୟକ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପହଲଗାମ ପ୍ରତିଶୋଧ ପାଇଁ ଭାରତୀୟ ସେନାକୁ ଅଭିନନନ୍ଦନ ଜଣାଇଛନ୍ତି ନବୀନ । Post navigation ଭାରତର ଏୟାରଷ୍ଟ୍ରାଇକ ପରେ LoCରେ ପାକିସ୍ତାନର ଗୁଳିମାଡ଼; ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ ‘ଅପରେସନ ସିନ୍ଦୂର’ ବିଷୟରେ ଦେଶବାସୀଙ୍କୁ ବିସ୍ତୃତ ବିବରଣୀରେ ଦେଲା ଭାରତ