ରାଜୀବ ଭବନରେ ଜଳସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ପହଞ୍ଚି ଉନ୍ନୟନ କମିଶନର ଓ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ସେଣ୍ଟରର କଲେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ମୌସୁମୀ ଓ ବାତ୍ୟା ପରେ ଡ୍ୟାମର ସ୍ଥିତି କିପରି ରହିଛି ତଥ୍ୟ ନେଲେ ମୁଖ୍ୟମନ୍ତ୍ରୀ । ଜଳ ସମ୍ପଦ ବିଭାଗର କାର୍ଯ୍ୟକ୍ରମ ଓ ଯୋଜନାର ବି କଲେ ସମୀକ୍ଷା ।କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ, କାର୍ଯ୍ୟାଳୟକୁ ଠିକ ଭାବେ ଆସୁଛନ୍ତି କି ନାହିଁ, ସଠିକ ସମୟରେ ଆସୁଛନ୍ତି କି ନାହିଁ ଏସବୁ ଦେଖିବାକୁ ମୁଖ୍ଯମନ୍ତ୍ରୀ ଅଚାନକ ପହଞ୍ଚିଥିଲେ। ସୂଚନା ଯୋଗ୍ୟ; ଆଜି ୧୦ଟା ୧୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଚାନକ ରାଜୀବ ଭବନରେ ପହଞ୍ଚିଥିଲେ । ଉନ୍ନୟନ କମିଶନରଙ୍କ ସହ ପୁରା ବିଭାଗ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ସେଣ୍ଟର ମଧ୍ୟ ବୁଲି ଦେଖିଥିଲେ। ରାଜ୍ୟରେ ଡ୍ୟାମର ସ୍ଥିତି ଏବଂ ଜଳସ୍ତର ବିଷୟରେ ଅବଗତ ହୋଇଥିଲେ। ଏହା ବିଭାଗର ସମସ୍ତ ମହଲରେ ଥିବା ଅଧିକାରୀଙ୍କ ଚାମ୍ବର ସହ ସମ୍ମିଳନୀ କକ୍ଷକୁ ବି ଯାଇ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଡ୍ୟାମ, ନଦୀବନ୍ଧ, ଜଳ ସମ୍ପଦ ବିଭିନ୍ନ ବିଭାଗର ଅଧିକାରୀମାନେ ଭଲ କାମ କରୁଛନ୍ତି। ରାଜ୍ୟ ସରକାରଙ୍କ ଟାର୍ଗେଟ ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ମିଶନ ମୋଡରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଅଧିକରୁ ଅଧିକ ଜଳ ସଂରକ୍ଷଣ ପାଇଁ ବିଭାଗୀୟ ମନ୍ତ୍ରୀ ଭାବେ ବିଭାଗକୁ ପରାମର୍ଶ ମଧ୍ୟ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। Post navigation CMC Council Meeting: ସିଏମସି କାଉନସିଲ ବୈଠକରେ ଗଣ୍ଡଗୋଳ; ମୁହାଁମୁହିଁ ହେଲେ ବିଜେଡି ଓ ବିଜେପିର କର୍ପୋରେଟର Gandhamardan Scam: ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ