ପାଖେଇ ଆସୁଛି ବାଲିଯାତ୍ରା। ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନ୍ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି। ଏନେଇ ଆଜି ସୂଚନା ଦେଉଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ । ସେ କହିଛନ୍ତି କଳା ସଂସ୍କୃତି, ଐତିହ୍ୟ ପରମ୍ପରାକୁ ନେଇ ପାରାଦ୍ୱୀପ ବିଜୁ ମୈଦାନରେ ଆୟୋଜିତ ହୋଇ ଆସୁଥିବା କଳିଙ୍ଗ ବାଲିଯାତ୍ରା ଓଡ଼ିଶାରେ ଅନ୍ୟତମ । ଯାହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଆସିଥାନ୍ତି । ନଭେମ୍ବର ୪ରୁ ୧୦ ତାରିଖ ଯାଏ ଆୟୋଜିତ ହେବ ପାରାଦୀପର କଳିଙ୍ଗ ବାଲିଯାତ୍ରା । ପାରାଦୀପ ବେଳାଭୂମିରେ ବାଲିଯାତ୍ରା ଆୟୋଜିତ ହେବ । ସାତଦିନ ଧରି କଳିଙ୍ଗ ବାଲିଯାତ୍ରା ଆୟୋଜନ ହେବାକୁ ଥିବାବେଳେ ଓଡିଶାର ନାମିଦାମୀ କଳାକାରମାନଙ୍କ ସହିତ ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଵା ସହିତ କିପରି କଳିଙ୍ଗ ବାଲିଯାତ୍ରା ଲୋକଙ୍କ ମନ ମୋହିବ ଏ ନେଇ ସମସ୍ତ ପ୍ରୟାସ ସରିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । Post navigation Cyclone Buzz: ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ସୁରେଶ ପୂଜାରୀ Nuapada By-Election: କଂଗ୍ରେସ ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ; ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି