ଆଜିଠୁ ଦୁଇ ଦିନିଆକେନ୍ଦୁଝର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କେନ୍ଦୁଝର ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୩ ଟି ଆମ୍ବୁଲାନ୍ସ ଏବଂ ମା ତାରିଣୀ ଙ୍କ ନଡ଼ିଆ ସଂଗ୍ରହ ଯାନ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁବିଧା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ମିତ ଜନ ପ୍ରତିକ୍ଷାଳୟର ମଧ୍ୟ ଉଦଘାଟନ କରିଛନ୍ତି  ।

ଏହା ପରେ ଦରବାର ହଲ୍ ଠାରେ ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ କେନ୍ଦୁଝରରେ ଖୁବ୍‌ ଶୀଘ୍ର ମେଗା ଷ୍ଟିଲ ପ୍ଲାଣ୍ଟ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଏହି ଯୋଜନା ଦୁଇ ଷ୍ଟେପ ଆଗକୁ ବଢିଛି, କମ୍ପାନୀ ମଧ୍ୟ ଟଙ୍କା ଜମା କରିସାରିଛି। ଖୁବ ଶୀଘ୍ର ଜମି ଅଧିଗ୍ରହଣ କରି କାମ ଆରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *