କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିବା ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କ ବଦଳିବ ବିଧାନସଭା ଆସନ । ଏ ନେଇ ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍‌ ।କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ସିଟ୍‌ ପରିବର୍ତ୍ତନ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଏହା ସହ ସେମାନଙ୍କ ବିରୋଧରେ ଦଳ-ବଦଳ ବିରୋଧୀ ଆଇନ ଲାଗୁ କରାଯାଉ ବୋଲି ଚିଠିରେ ଲେଖିଛନ୍ତି ରାମଚନ୍ଦ୍ର କାଡ଼ାମ୍‌ ।

କାଡ଼ାମ ଚିଠିରେ କହିଛନ୍ତି, ଗତକାଲି ହୋଇଥିବା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିବା ଅଭିଯୋଗରେ ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ତେଣୁ ସେମାନେ ଆଉ କଂଗ୍ରେସ ଦଳର ବିଧାନସଭା ସଦସ୍ୟ ହୋଇ ନାହାଁନ୍ତି । ତେଣୁ ଗୃହରେ ସେମାନଙ୍କ ଆସନ ପରିବର୍ତ୍ତନ କରିବାକୁ କାଡ଼ାମ ଚିଠିରେ କହିଛନ୍ତି ।

ସୂଚନା ଯୋଗ୍ୟ; ମଙ୍ଗଳବାର ଦିନ ଓଡ଼ିଶାରେ ବିରୋଧୀ କଂଗ୍ରେସ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇ ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବାରେ ସାହାଯ୍ୟ କରିଥିବା ପାଇଁ ତାଙ୍କର ତିନି ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି।

Leave a Reply

Your email address will not be published. Required fields are marked *