କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଢାମଣାହାଣ୍ଡି ଗାନ୍ଧୀନଗର ସ୍ଥିତ ଏକ ସେବାଶ୍ରମରେ ବିଦ୍ୟାଳୟର ନାମଫଳକ (ସାଇନ୍ ବୋର୍ଡ) ଖସିପଡିବାରୁ ତାହା ତଳେ ଚାପି ହୋଇ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବିଡିଓ ଓ ତହସିଲଦାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସୂଚନା ଅନୁଯାୟୀ, ମୃତ ଛାତ୍ର ଜଣକ ହେଲେ ଗୁମୁଡା ପଞ୍ଚାୟତ ଅନ୍ତର୍ଗତ ସୁଉନିଗୁଡା ଗ୍ରାମର ପ୍ରେମାନନ୍ଦ ଭତ୍ରା । ଆଜି ହଠାତ୍ ବିଦ୍ୟାଳୟର ନାମଫଳକଟି ଖସି ପଡିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । Post navigation Odisha Politics: ମାନସିକ ଅବସାଦର ଚରମ ସୀମାରେ ପହଁଚିଛି ବିଜେଡି: ବିରଂଚି ନାରାୟଣ ତ୍ରିପାଠୀ