class-2-girl-locked-overnight-in-school

ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ତାଲା ପକାଇଦେଲେ ସ୍କୁଲ କର୍ତ୍ତୁପକ୍ଷ । ରାତି ସାରା ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରେଣୀ ଗୃହର ଝରକାରେ ଝୁଲି ରହିଲା କୁନି ଝିଅ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଅନ୍ଧାରରେ ଶ୍ରେଣୀ ଗୃହରୁ ବାହାରକୁ ଯିବାକୁ ପ୍ରୟାସ କରିଥିବା ବେଳେ ଝରକା ରଡ ଭିତରେ ମୁଣ୍ଡ ଫସିଯିବାରୁ ରାତିସାରା ଯନ୍ତ୍ରଣା ପାଇଥିଲେ ଛାତ୍ରୀ ।

ସେପଟେ ସ୍କୁଲରୁ ନଫେରିବାରୁ ଘର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ । ଆଜି ସ୍କୁଲ ରୋଷେୟା ଆସି ସକାଳେ ସ୍କୁଲ ଖୋଲିବା ପରେ ଯନ୍ତ୍ରଣାରେ ଛଟପଟ ଛାତ୍ରୀଙ୍କୁ ଗ୍ରାମବାସୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *