ତାମିଲନାଡ଼ୁର କରୁରରେ ଅଭିନେତା ତଥା ରାଜନେତା ବିଜୟଙ୍କ ରାଲିରେ ଦଳାଚକଟା । କରୁରରେ ହୋଇଥିବା ଦଳାଚକଟାରେ ମୃତକଙ୍କ ସଂଖ୍ୟା ବଢି ୩୯ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ମଧ୍ୟ ସାମିଲ୍ ଅଛନ୍ତି। ଏହା ସହ ୫୦ ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୬ଜଣ ମହିଳା, ୯ଜଣ ପୁରୁଷ ଓ ୬ଜଣ ଶିଶୁ ଅଛନ୍ତି । ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ କରୁର୍ ଦଳାଚକଟାରେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. ଷ୍ଟାଲିନ୍ । ହସ୍ପିଟାଲ ଯାଇ ଗୁରୁତରଙ୍କୁ ଭେଟିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ; ଅଭିନେତାରୁ ନେତା ସାଜିଥିବା ବିଜୟ ଥାଲାପତିଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିବା ବେଳେ ବିଜୟ ଭାଷଣ ଦେବା ବେଳେ ଭୟଙ୍କର ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

Leave a Reply

Your email address will not be published. Required fields are marked *