ଫେବୃଆରୀ ୧ରୁ ପାନ୍ ମସଲା, ସିଗାରେଟ୍, ତମାଖୁ ମହଙ୍ଗା । ସରକାର ୧ ଫେବୃଆରୀ ୨୦୨୬ ଠାରୁ ତମାଖୁ ଉତ୍ପାଦ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ କରିବେ । ୪୦ ପ୍ରତିଶତ ଟିକସ ନେଇ ଅର୍ଥ ମନ୍ତ୍ରାଳୟର ସୂଚନା । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଚୋବାଇବା ତମାଖୁ, ଜର୍ଦ୍ଦା, ସୁଗନ୍ଧିତ ତମାଖୁ ଏବଂ ଗୁଟଖା ପ୍ୟାକିଂ ମେସିନ୍ ନିୟମ, ୨୦୨୬ କୁ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇ ସାରିଥିଲେ । ଡିସେମ୍ବରରେ ସଂସଦରେ ନୂଆ ସ୍ୱାସ୍ଥ୍ୟ ଓ ଜାତୀୟ ସୁରକ୍ଷା ସେସ୍ ନିଷ୍ପତ୍ତି ହୋଇଥିଲା । ତମାଖୁ ଉପରେ ଏକ୍ସାଇଜ୍ ଡ୍ୟୁଟି ଲଗାଇବାକୁ ଦୁଇଟି ବିଲ୍ ପାସ୍ ହୋଇଥିଲା । ତମାଖୁ ଏବଂ ପାନ ମସଲା ଉପରେ ନୂତନ ଟିକସ GST ହାରଠାରୁ ଅଧିକ ହେବ, ଏବଂ ଏହା ବର୍ତ୍ତମାନ ଏପରି ପାପ ସାମଗ୍ରୀ ଉପରେ ଲାଗୁ ହେଉଥିବା କ୍ଷତିପୂରଣ ସେସ୍ କୁ ବଦଳାଇବ। ନୂଆ ନିୟମ ମୁତାବକ, ସିଗାରେଟ ଲମ୍ବା ଆଧାରରେ ପ୍ରତି ୧୦୦୦ ସିଗାରେଟ ଥିବା ପ୍ୟାକେଟ ୨୦୫୦ ଟଙ୍କାରୁ ଆରମ୍ଭ କରି ୮,୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଉତ୍ପାଦ ଶୁଳ୍କ ଲାଗୁ ହେବ । ଏହା ଉପରେ ୪୦ ପ୍ରତିଶତ ଜିଏସଟି ଲାଗୁ ହେବ । ସିଗାରେଟ୍ ଏବଂ ପାନ ମସଲା ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ସେହିପରି ବିଡି ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ । Post navigation BJD Crisis: ନବୀନ ବାବୁଙ୍କ ପାଇଁ ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ- ଅଶୋକ ପଣ୍ଡା Switzerland Bar Blast: ନୂଆ ବର୍ଷ ପାଳନ ବେଳେ ଅଗ୍ନିକାଣ୍ଡ; ୪୦ ମୃତ, ୧୦୦ରୁ ଅଧିକ ଗୁରୁତର