ଆସନ୍ତା ୨୦ ତାରିଖରୁ ଖୋଲିବ ସ୍କୁଲ। ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତାଗିଦ୍ କରି ଗଣଶିକ୍ଷା ବିଭାଗର ଚିଠି। ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ସାମଗ୍ରୀର ସଠିକ୍ ମାନ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ଦ୍ଦେଶ ଅନୁଯାୟୀ ପ୍ରଧାନ ଶିକ୍ଷକ, SMCଙ୍କ ଉପସ୍ଥିତିରେ CRCC ଓ BEO ଯାଞ୍ଚ କରାଇବେ। ରୋଷେଇଶାଳାକୁ ସମ୍ପୂର୍ଣ୍ଣ ପରିଷ୍କାର ଓ ବିଶୁଦ୍ଧିକରଣ ପାଇଁ ନିର୍ଦ୍ଦେଶ ରହିଛି। DEO, BEO, CRCC ନିରବଚ୍ଛିନ୍ନ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ। ସବୁ ବିଦ୍ୟାଳୟରେ ଫୁଡ୍‌ ଟେଷ୍ଟିଂ ରେଜିଷ୍ଟର୍ ରହିବ। ପିଲାମାନଙ୍କର ଅଭିଭାବକ ବିଶେଷ କରି ମାଆ’ମାନେ ଖାଦ୍ୟ ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *