ଆଜି କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଚାଷ ଓ ଚାଷୀଙ୍କୁ ଠକିଛନ୍ତି ପୂର୍ବ ସରକାର । ପୂର୍ବ ସରକାର କେବଳ ମିଶନ ପରେ ମିଶନ କରିଚାଲିଲେ, କିନ୍ତୁ ଫଳ ଶୂନ୍ । ଆଳୁ ମିଶନ, ପଣସ ମିଶନ ହେଲା, କିନ୍ତୁ ରେଜଲ୍ଟ ସମସ୍ତଙ୍କୁ ଜଣା । ଯେମିତିକି ଅପରେସନ ସକ୍ସେସ, ପେସେଣ୍ଟ ଡେଡ୍ । ସେହିପରି କୋଲ୍ଡ ଷ୍ଟୋରେଜ୍ ପାଇଁ ପ୍ରତିଶ୍ରୁତି ଦେଲେ, କିନ୍ତୁ ପ୍ରତିଷ୍ଠା କଲେନି । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଦୁଇ ଦଶନ୍ଧି ଧରି କେବଳ ଧାନରେ ସ୍ୱାବଲମ୍ୱୀ ଓଡିଶା । କିନ୍ତୁ ଅନ୍ୟ କୌଣସି କ୍ଷେତ୍ରରେ ଆମେ ସ୍ୱାବଲମ୍ୱୀ ନୁହେଁ । ଆଜି ବି ଆମେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ମମତାଙ୍କ ସହ ଯେତେ ଆଲୋଚନା କଲେ ବି କିଛି ଲାଭ ହେଉନି । ମମତା ଦିଦିଙ୍କ ଆଉ ମମତା ନାହିଁ, ଆମ ଉପରେ ଦାଉ ସାଧୁଛନ୍ତି । ପିଆଜ ପାଇଁ ମହାରାଷ୍ଟ୍ର, ଟମାଟୋ ପାଇଁ କର୍ଣ୍ଣାଟକ ଭରସା । ମାଛ ଅଣ୍ଡା ପାଇଁ ଆନ୍ଧ୍ରପ୍ରଦେଶ ଭରସା । ଏହା କେବଳ ପୂର୍ବ ସରକାରଙ୍କ ବିଫଳତା ଯୋଗୁଁ ହୋଇଛି । ତେଣୁ ଆପଣମାନେ ପୂର୍ବ ସରକାରକୁ ଏବେ ବିରୋଧୀ ଦଳରେ ବସାଇଛନ୍ତି । Post navigation ପରସ୍ପର ମଧ୍ୟରେ ମାରପିଟ; ନୟାଗଡ଼ର ୪ ପୋଲିସ କର୍ମଚାରୀ ନିଲମ୍ବିତ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ