ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଛି ନିଯୁକ୍ତି ମେଳା । ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଯୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪୭୬ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନିଯୁକ୍ତି ପାଇଥିବା ସମସ୍ତ ପ୍ରାର୍ଥୀଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଏବଂ ଶୁଭକାମନା । ନିଜର ପରିଶ୍ରମ ଏବଂ ଦୀର୍ଘଦିନର ସାଧନା ବଳରେ ଆପଣ ସମସ୍ତେ ଏହି ସଫଳତା ହାସଲ କରିପାରିଛନ୍ତି। ଏହା କେବଳ ଏକ ନିଯୁକ୍ତି ନୁହେଁ, ସରକାରଙ୍କ ପ୍ରତିନିଧି ଭାବେ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତିର ବିକାଶ ପାଇଁ ଆପଣ ପାଇଥିବା ଗୁରୁ ଦାୟିତ୍ଵର ଏହା ଏକ ସଂକଳ୍ପ ପତ୍ର ଅଟେ। ଲୋକଙ୍କ ସମସ୍ଯାର ସମାଧାନକୁ ଗୁରୁତ୍ଵ ଦେଇ ଆପଣ ସମସ୍ତେ ଅତ୍ୟନ୍ତ ନିଷ୍ଠା ଏବଂ ସମର୍ପିତ ସେବା ମନୋଭାବରେ କାର୍ଯ୍ୟ କରିବେ। ଆପଣ ସମସ୍ତଙ୍କ ଯୋଗଦାନ “ବିକଶିତ ଓଡ଼ିଶା” ନିର୍ମାଣକୁ ସାକାର କରିବ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ରହିଛି।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ତାର ପ୍ରତିଶ୍ରୁତି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଆରମ୍ଭ ହୋଇଛି ।

ରାଜ୍ୟରେ ଖାଲିପଡିଥିବା ୧ ଲକ୍ଷ ୩୨ ହଜାର ୪୫୯ଟି ପଦବୀ ସରକାର ପୂରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *