ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଗାଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ଦିନ ୧୧ ଟା ୩୦ରେ କେନ୍ଦୁଝର ପହଞ୍ଚିଛନ୍ତି। ହେଲିପ୍ୟାଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ ସ୍ଥାନୀୟ ଅଡିଟରୟମକୁ ଯାଇ ଲାଇଭ ସେଭର୍ସ ଗ୍ରୁପର ତୃତୀୟ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଛନ୍ତି। ତାଙ୍କୁ ଭାଜପାର ବିଧାୟକ, କର୍ମୀ ଓ ନେତା ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ସ୍ବାଗତ କରିଛନ୍ତି । ସେଠାରୁ ସ୍ଥାନୀୟ ଅଡିଟୋରିୟମରେ ଅନୁଷ୍ଠିତ ଲାଇଫ ସେଭର୍ସ ଗ୍ରୁପ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହାପରେ ପ୍ରଦକ୍ଷଣ ଗୃହରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟା୨୫ ସମୟରେ ନିଜ ଗାଁ ରାଇକଳା ନିକଟସ୍ଥ କରଞ୍ଜିଆପଡ଼ା ପଡ଼ିଆ ମା’ ତାରିଣୀ କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ ବୋଲି ଜଣାପଡ଼ିଛି । ଏହାପରେ ସେଠାରୁ ସଡ଼କ ପଥ ଦେଇ କେନ୍ଦୁଝର ସହରର କାସଭି ଇଣ୍ଟରନେସନାଲ ହୋଟେଲରେ ଆୟୋଜିତ ବିଧାୟକ ଓ ସାଂସଦଙ୍କ ସହ ବୈଠକରେ ଯୋଗ ଦେବେ । ଶନିବାର ସକାଳୁ ୭ଟା ୨୦ ରେ କେନ୍ଦୁଝର ଷ୍ଟାଡିୟମଠାରେ ପ୍ରାତଃ ଭ୍ରମଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଦିନ ୧୦ ଟାରେ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଦ୍ଵାରା ଆୟୋଜିତ ନେତ୍ର ଉତ୍ସବ ଏବଂ ପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ କୃତ୍ରିମ ଅଙ୍ଗଦାନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ରାସ୍ତା ତଥା ସଭାସ୍ଥଳୀ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। Post navigation ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ ରାଜସ୍ବ ମନ୍ତ୍ରୀଙ୍କ କଟାକ୍ଷ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ଯାଞ୍ଚ ପାଇଁ ଥାନାରେ ମହିଳା କମିଶନ ଅଧ୍ୟକ୍ଷା