ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଵଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଫ୍ କନଷ୍ଟ୍ରକସନ ଇଞ୍ଜିନିୟର ସୁନିଲ ରାଉତଙ୍କ ଘରେ ଚାଲିଛି ଚଢ଼ାଉ। ଆଜି ଚଢ଼ାଉର ଦ୍ଵିତୀୟ ଦିନ ।

ଗତକାଲି ଓଡ଼ିଶା ଭୁବନେଶ୍ୱର-କଟକ-ପୁରୀ ଓ ଢେଙ୍କାନାଳରେ ୩୪ଟି ପ୍ଲଟ୍ ମିଳିଥିବାବେଳେ ଆଉ ୨ଟି ପ୍ଲଟ୍ ହସ୍ତଗତ ହୋଇଥିବା ସୂଚନା ମିଳିଛି । ଏହା ସହିତ ‘ଦୁର୍ନୀତିଗ୍ରସ୍ତ’ ଇଞ୍ଜିନିୟରଙ୍କ ନାମରେ ପ୍ଲଟ ସଂଖ୍ୟା ଏପର୍ଯ୍ୟନ୍ତ ୩୬ କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର ନୀଳାଦ୍ରିବିହାରଠାରେ ଆବାସିକ ତିନି ମହଲା କୋଠା, ଭୁବନେଶ୍ୱର ନୟାପଲ୍ଲୀଠାରେ ଦୁଇ ମହଲା କୋଠା, ପୁରୀ ଭିଆଇପି ରୋଡ ଓ ଗ୍ରାଣ୍ଡ ରୋଡରେ ଥିବା ଦୁଇଟି ଫ୍ଲାଟ୍, କଟକ ଗୁରୁଡିଝାଟିଆରେ ଥିବା ପୈତୃକ ଘର, ଅନୁଗୁଳ କିଶୋରନଗରରେ ତାଙ୍କ ପୁଅଙ୍କ ଘର, ଭୁବନେଶ୍ୱର ନୟାପଲ୍ଲୀରେ ତାଙ୍କ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀରରେ ଶ୍ରୀ ରାଉତଙ୍କ ବାସଭବନ ଓ କାର୍ଯ୍ୟାଳୟରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି।

ଏହା ବ୍ୟତୀତ ଢେଙ୍କାନାଳ ସପ୍ତଶଯ୍ୟାରେ ସୁନୀଲ ରାଉତଙ୍କ ୮ ଏକର ପରିମିତ ଜମିରେ ଥିବା ଏକ ଫାର୍ମ ହାଉସରେ ଦୁଇ ମହଲା ବିଶିଷ୍ଟ କୋଠାରେ ମଧ୍ୟ ଚଢ଼ାଉ ଜାରି ରହିଛି। ଫାର୍ମ ହାଉସରେ ଭିତରେ ୨୧୨୩ ବର୍ଗର କୁକୁଡ଼ା ଫାର୍ମ ଯାଉଥିରେ ୧୦୦୦ ଦେଶୀ କୁକୁଡ଼ା ଏବଂ ବତକ ରହିଛନ୍ତି । ଏହାସହ ୨୫୫୦ ବର୍ଗ ବିଶିଷ୍ଟ ଗୋଶାଳା ମଧ୍ୟ ଠାବ ହୋଇଛି ଏଥିରେ ୪୫ଟା ଉଚ୍ଚ ମାନର ଗାଈ ଏବଂ ୨୫ଟି ବାଛୁରୀ ଠାବ ହୋଇଛି । ଓଡ଼ିଶା ବ୍ୟତୀତ ଉତ୍ତରପ୍ରଦେଶର ମଥୁରା ଓ ବୃନ୍ଦାବନ ଚନ୍ଦ୍ରଦୟ ମନ୍ଦିର ଛତିକରା ରୋଡ଼ରେ ଦୁଇଟି ପ୍ଲଟ ଠାବ ହୋଇଛି ।

ଗତକାଲି ଚଢାଉ ବେଳେ ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା, ୧୭୬ ଗ୍ରାମ୍ ସୁନା, ୨ଟି ଟ୍ରକ୍ ଓ ୨ଟି ଦାମୀ କାର୍ ଜବତ ହୋଇଥିବା ବେଳେ । ଏହାବ୍ୟତୀତ ରାଉତ ବିଭିନ୍ନ ବିମାରେ ୧.୮୬ କୋଟି ଟଙ୍କା ବିନିଯୋଗ କରିଛନ୍ତି ଏବଂ ୪୦.୩୯ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ରହିଛି । ଆକଳନ କରାଯାଉଛି ଯେ ମୋଟ୍ ବ୍ୟାଙ୍କ ଜମାରାଶି ୨.୨୬କୋଟିରୁ ଅଧିକ ରହିଛି । ଆଜି ବିଭିନ୍ନ ବ୍ୟାଙ୍କରେ ଥିବା ବିଭିନ୍ନ ଲକର୍ ଯାଞ୍ଚ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *