Chhatisha Niyog writes to temple admin regarding security of Srimandir
ଶ୍ରୀମନ୍ଦିର ସୁରକ୍ଷା ସଂପର୍କରେ ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ମନ୍ଦିର ପ୍ରଶାସନକୁ ଚିଠି ଲେଖିଛନ୍ତି ।
 
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ସେ ଦାବି କରିଛନ୍ତି । ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଘଟଣାକୁ ନେଇ ସମସ୍ତେ ସଚେତନ ହେବା ଉଚିତ୍ ବୋଲି ସେ କହିଛନ୍ତି ।
 
ସେ ପୁଣି କହିଛନ୍ତି ଯେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଥିବା ସମସ୍ତ ଜନସାଧାରଣ ଭକ୍ତ ନୁହନ୍ତି । ଅନେକ ବ୍ୟକ୍ତି ମଦ୍ୟପାନ କରି ଶ୍ରୀମନ୍ଦିରକୁ ଆସୁଛନ୍ତି ।
 
ସରକାର ପୁରୀକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିବାସ ସ୍ଥଳୀ ଅପେକ୍ଷା ପର୍ଯ୍ୟଟନ କ୍ଷେତ୍ର ଭାବରେ ଅଧିକ ପ୍ରଚାର କରୁଛନ୍ତି ।
 
ଏହା ଅତ୍ୟନ୍ତ ଗର୍ହିତ କାର୍ଯ୍ୟ, ଲୋକଙ୍କୁ ସଚେତନ କରାଯାଉ ବୋଲି ଜନାର୍ଦ୍ଦନ ମହାପାତ୍ର କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *