Oplus_131072

ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ । ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଲେ ଜିଲ୍ଲାପାଳ । ଧାନର ବେଆଇନ ପରିବହନ ରୋକିବାକୁ ସୀମାକୁ କରାଗଲା ସିଲ୍ । ବର୍ତ୍ତମାନ ୨୦୨୫-୨୬ ବର୍ଷ ଖରିଫ ଧାନ ସଂଗ୍ରହ ଚାଲିଛି । ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ବେଆଇନ ଧାନ ଚାଲାଣ ଆଶଙ୍କାରେ ପଦକ୍ଷେପ ନିଆଯାଇଛି।

୨୦୨୫-୨୬ ଖରିଫ ଧାନ ସଂଗ୍ରହ ଋତୁ ମଧ୍ୟରେ ଓଡ଼ିଶା ସରକାର ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ସୀମା ସିଲ୍ କରିଛନ୍ତି। ଅଧିକାରୀମାନେ ଆଶଙ୍କା କରୁଛନ୍ତି ଯେ ଓଡ଼ିଶାରେ ଅଧିକ କ୍ରୟ ମୂଲ୍ୟ ଯୋଗୁଁ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ବେଆଇନ ଧାନ ପ୍ରବେଶ ହୋଇପାରେ।

ମୟୂରଭଞ୍ଜ ଜିଲ୍ଲାରେ, କଲେକ୍ଟର ଓଡ଼ିଶାକୁ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ସଂଯୋଗ କରୁଥିବା ଗ୍ରାମୀଣ ରାସ୍ତାରେ ଅସ୍ଥାୟୀ ଯାଞ୍ଚ ପୋଷ୍ଟ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି ନଜର ପୂର୍ବରୁ ରହିଛି, କିନ୍ତୁ ଏବେ କଡ଼ା ଯାଞ୍ଚ ଲାଗୁ କରାଯିବ। ଅନଧିକୃତ ଶସ୍ୟ ପରିବହନକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ପୋଲିସ ଅଧିକ୍ଷକଙ୍କୁ ଏକ ଚିଠି ମଧ୍ୟ ଜାରି କରାଯାଇଛି।

ଜିଲ୍ଲାପାଳଙ୍କ ଚିଠି ନମ୍ବର ୫୭୪୩ରେ ଚେକ୍ ପୋଷ୍ଟ ତିଆରି କରିବାକୁ ନିର୍ଦ୍ଦେଶ ରହିଛି । ଜିଲ୍ଲାପାଳ କହିଛନ୍ତି ବର୍ତ୍ତମାନ ଖରିଫ ଧାନ ସଂଗ୍ରହ ଜାରି ରହିଛି । ଏହି ସମୟ ସୀମାବର୍ତ୍ତୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟକୁ ଧାନ ଚୋରା ଚାଲାଣ ହେବାର ସମ୍ଭାବନା ରହିଛି । ଏହି ବେଆଇନ ପରିବହନକୁ ରୋକିବାକୁ ଏହି ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ଟୁକପଳାସିଆର ପଳାସମୁଣ୍ଡଳି ଓ ଜାମଶୋଳା ନିକଟସ୍ତ ସିରସା, ନନ୍ଦବସାର ଦେଉଳି, ବନ୍ଦଭର ଚଣ୍ଡୁଆ, ଯଦୁନାଥପୁର ତିରିଙ୍ଗ ଏବଂ ତିରିଙ୍ଗ, ବାହଳଦା ନନ୍ଦବସା ଓ ଭାଲୁପାଣି ଏବଂ ରରୁଁଆ-ବେଣୀସାଗର ଓ ଚିରୁହାଟୁ ନିକଟରେ ଅସ୍ଥାୟୀ ଚେକ୍ ପୋଷ୍ଟ ସଞ୍ଚାଳନ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ଏହି ସମସ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଲଗାଯାଇଥିଲା ।

Leave a Reply

Your email address will not be published. Required fields are marked *