ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ । ଆଜି ଆଇଏଏସ ସ୍ତରରେ ଏକ ଅଦଳବଦଳ ହୋଇଛି । ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ଯେଉଁଥିରେ ବଦଳି ଆଇଏଏସଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ପ୍ରାୟ ସାଢେ ଚାରିମାସ ହେବ ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୨୦୧୧ ବ୍ୟାଚ୍ ଆଇଏଏସ ଅରବିନ୍ଦ ଡାକୁଆଙ୍କୁ ପୌର ପ୍ରଶାସନରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଏହା ସହ ସେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ବ ମଧ୍ୟ ତୁଲାଇବେ ।୨୦୧୦ ବ୍ୟାଚ୍ ଆଇଏଏସ ପ୍ରେମଚାନ୍ଦ ଚୌଧୁରୀଙ୍କୁ ବୟନ ଶିଳ୍ପର ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ୨୦୦୦ ବ୍ୟାଚ୍ ଆଇଏଏସ ତେମଞ୍ଜୱାପଙ୍ଗଙ୍କୁ ଯୋଜନା ଓ ସମନ୍ବୟ ବିଭାଗର ସ୍ବତନ୍ତ୍ର ସଚିବ, ୧୯୯୯ ବ୍ୟାଚ୍ ଆଇଏଏସ ଏନ୍ବିଏସ୍ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ୱ । ସେହିପରି ୨୦୦୮ ବ୍ୟାଚ୍ ଆଇଏଏସ ଭୂପେନ୍ଦର ସିଂହ ପୁନିଆଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । Post navigation କେନ୍ଦୁଝର ଘଟଗାଁ ରେ ଆରମ୍ଭ ହେଲା ‘ଜଙ୍ଗଲ ସଫାରୀ’ ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବଢ଼ାଇଲେ ଓଡ଼ିଶା ସରକାର