ଚାଲାଣରୁ ବର୍ତ୍ତିବା ପାଇଁ କିଛି ଲୋକ ଯେକୌଣସି ଶସ୍ତା ହେଲମେଟ ପିନ୍ଧନ୍ତି । ଯାହା ସୁରକ୍ଷା ଦୃଷ୍ଟିକୋଣରୁ ବେଳେବେଳେ ବିପଜ୍ଜନକ ପ୍ରମାଣିତ ହୁଏ । ତେଣୁ ବିଆଇଏସ ସ୍ୱୀକୃତିପ୍ରାପ୍ତ ହେଲମେଟ୍ ପିନ୍ଧିବାକୁ କେନ୍ଦ୍ର ଖାଉଟି ବ୍ୟାପର ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଶସ୍ତା ଓ ବିପଦପୂର୍ଣ୍ଣ ହେଲମେଟ୍ ଠାରୁ ଦୂରେଇ ରହିବାକୁ କେନ୍ଦ୍ର ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ତତସହିତ BIS କେୟାର ଆପ୍ କିମ୍ବା ପୋର୍ଟାଲ୍ ଜରିଆରେ ଅବଗତ ହେବାକୁ ପରାମର୍ଶ ଦିଆଯାଇଛି । ଦେଶରେ ବର୍ତ୍ତମାନ ୨୧ କୋଟି ଦୁଇ ଚକିଆ ଯାନ ପ୍ରଚଳନ କରୁଛି । ୧୭୬ଟି କମ୍ପାନୀକୁ BIS ମାର୍କା ହେଲମେଟ୍ ତିଆରି ଲାଇସେନ୍ସ ମିଳିଛି । ଏସବୁ ସତ୍ତ୍ୱେ ବହୁଳ ମାତ୍ରାରେ ଅଣସ୍ୱିକୃତିପ୍ରାପ୍ତ ହେଲମେଟ୍ ବିକ୍ରି ହେଉଛି । ଯାହା ଦୁର୍ଘଟଣାଜନିତ ମୃତାହତଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହେଉଛି ବୋଲି କେନ୍ଦ୍ର ଖାଉଟି ବ୍ୟାପର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । Post navigation ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ ଘଟଣା: ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି