ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି । ଶ୍ରୀ ଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍-୧ ଅନୁମୋଦନ ମିଳିଛି । ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ପୁରୀ ଜଙ୍ଗଲ ବିଭାଗର ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ପୁରୀ ବିମାନବନ୍ଦରକୁ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ଗଢ଼ି ତୋଳିବ ଏବଂ ପୁରୀର ସାମଗ୍ରିକ ବିକାଶ ପାଇଁ ସହାୟକ ହେବ । ବହୁ ଦିନରୁ ଏହି ଜଙ୍ଗଲ ଜମି ଅନୁମତି ପାଇଁ ଅପେକ୍ଷା କରାଯାଇଥିବା ବେଳେ ଏବେ ସବୁଜ ସଙ୍କେତ ପ୍ରକଳ୍ପକୁ ଗତିଶୀଳ କରିବ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଏହି ବିମାନବନ୍ଦର ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । Post navigation Pravesh Utsav And Khadi Chhuan: ରାଜ୍ୟରେ ଆରମ୍ଭ ହେଲା ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପର୍ବ; ପିଲାଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ