ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି ରାଜ୍ୟ କୃଷି ଭବନ ଅଡିଟୋରିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ନାଗରିକତା ସଂଶୋଧନ ଅଧିନିୟମ (CAA), ୨୦୧୯ ଆଇନ ଅନୁଯାୟୀ ୩୫ ଜଣ ବ୍ୟକ୍ତିବିଶେଷଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଆବେଦନକାରୀଙ୍କ ମଧ୍ୟରୁ ୩୫ ଜଣଙ୍କ ନାଁରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ମୋହର ମାରିଥିଲା । ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ଏହି ୩୫ ଜଣ ବ୍ୟକ୍ତିବିଶେଷଙ୍କୁ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଭାରତର ନାଗରିକତା ପ୍ରଦାନ କରାଯାଇଛି । ଯେଉଁମାନେ ୨୦୧୪ ଡିସେମ୍ବର ୩୧ କିମ୍ବା ତାହା ପୂର୍ବରୁ ଆସିଛନ୍ତି ସେମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହଙ୍କର ଏହି ପଦକ୍ଷେପ, ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇଥିବା ଶରଣାର୍ଥୀମାନଙ୍କୁ ଭାରତ ଭୂମିରେ ସମ୍ମାନର ସହିତ ଜୀବନଯାପନ କରିବାର ଅଧିକାର ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂତନ ଭାବେ ନାଗରିକତା ପାଇଥିବା ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ କର୍ମନିଷ୍ଠା, ଶ୍ରମଶକ୍ତି ଓ ସାଂସ୍କୃତିକ କୁଶଳତା ଦ୍ୱାରା ଓଡ଼ିଶା ତଥା ଭାରତର ସାମାଜିକ ଓ ଆର୍ଥିକ ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । Post navigation Arunachal Pradesh Road Accident: ଅରୁଣାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା; ୨୨ ଶ୍ରମିକ ମୃତ Group Clash In Malkangiri: ମାଲକାନଗିରିରେ ଆଉ ୨୪ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା; ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ