କଟକ ଜୁଡିସିଆଲ ଏକାଡେମୀ ନିକଟରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ‘ନ୍ୟାୟିକ ଅଭିଲେଖାଗାର’ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚ଼କ୍ରଧାରୀ ଶରଣ ସିଂ ଏବଂ ରାଜ୍ୟ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଶୁଭ ଉଦଘାଟନ କରିଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ । ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏହି କେନ୍ଦ୍ର କେବଳ ଆମ ନ୍ୟାୟ ପାଳିକାର ସମୃଦ୍ଧ ପରମ୍ପରାକୁ ପାଳନ କରୁନାହିଁ ବରଂ ଆଗାମୀ ପିଢି ପାଇଁ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ଆମ ସାମୁହିକ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର ଏହି ନ୍ୟାୟିକ ଅଭିଲେଖାଗାର ଉଦ୍ଘାଟନୀ ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବରେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । Post navigation ରାଜ୍ୟପାଳ ପଦବୀକୁ ନେଇ ରଘୁବର ଦାସଙ୍କ ପ୍ରତିକ୍ରିୟା ତାମିଲନାଡୁ ଦାଦନ ଖଟିବାକୁ ଯାଇ ୨ ଯୁବକଙ୍କ ମୃତ୍ୟୁ