centre-extends-mahanadi-water-disputes-tribunal-tenure-till-january-2027
ଆଉ ବର୍ଷେ ବଢିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି । ମହାନଦୀ ଟ୍ରିବ୍ୟୁନାଲର ଅବଧି ୨୦୨୭ ଜାନୁଆରୀ ୧୩ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଜଳ ସଂପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
 
ଚଳିତ ମାସ ୧୩ ତାରିଖରେ ମହାନଦୀ ଜଳବିବାଦ ନ୍ୟାୟାଧିକରଣ(ଟ୍ରାଇବୁନାଲ)ର ଅବଧି ଶେଷ ହେବାକୁ ଥିବାବେଳେ, ଓଡ଼ିଶା ଏବଂ ଛତିଶଗଡ଼ ୨୦୨୭ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।
 
ମହାନଦୀ ଜଳ ବିବାଦର ସମାଧାନ ଲାଗି, ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ଅନୁଯାୟୀ ମହାନଦୀ ଟ୍ରିବ୍ୟୁନାଲ ୨୦୧୮ ମାର୍ଚ୍ଚରେ ଗଠନ ହୋଇଥିଲା । ଆଇନଗତ ଭାବରେ ତିନି ବର୍ଷ ମଧ୍ୟରେ ରାୟ ପ୍ରଦାନ କରିବାକୁ ବାଧ୍ୟତାମୂଳକ ଥିଲେ ମଧ୍ୟ, ଏହି ପ୍ରକ୍ରିୟାଟି ବାରମ୍ବାର ପଥଭ୍ରଷ୍ଟ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *