କୋଭିଡ ମହାମାରୀର ୫ ବର୍ଷ ପରେ ଏବେ ଚୀନରେ ଦେଖାଯାଇଛି ନୂଆ ଭାଇରସ ଆତଙ୍କ । ଦୃତଗତିରେ ବ୍ୟାପୁଛି ସଂକ୍ରମଣ । କୋରୋନା ଭଳି ଥଣ୍ଡା, କାଶ, ଛିଙ୍କ ଏହାର ମୁଖ୍ୟ ଲକ୍ଷଣ । ହେଲେ ଚୀନ୍ର ହ୍ୟୁମନ ମେଟାନ୍ୟୁମୋ ଭାଇରସ ବା HMPV ଭୂତାଣୁକୁ ନେଇ ଚିନ୍ତିତ ନ ହେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ । ଭାରତରେ ଏଯାବତ୍ କୌଣସି HMPV ରୋଗୀ ଚିହ୍ନଟ ହୋଇନାହାନ୍ତି ଏବଂ ଅନ୍ୟ ସାଧାରଣ ଭୂତାଣୁ ଭଳି ଏହା ସାମାନ୍ୟ ଥଣ୍ଡାର କାରଣ । ସେଥିପାଇଁ ହ୍ୟୁମନ ମେଟାନ୍ୟୁମୋ ଭାଇରସକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । Post navigation ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍ ର ପ୍ରାୟୋଜକ ହେବେ ଓଡ଼ିଶା ସରକାର ଛତିଶଗଡ ବିଜାପୁରରେ ସାମ୍ୱାଦିକଙ୍କୁ ନିର୍ମମ ହତ୍ୟା; ରାସ୍ତା ନିର୍ମାଣ ଦୁର୍ନୀତି ଖବର ପ୍ରସାରଣ ନେଇ ହତ୍ୟା ଅଭିଯୋଗ