ଆଜି ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ୧୦ଟି ଶ୍ରମିକ ଓ ସ୍ୱାଧୀନ ଫେଡେରେସନ୍ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟକୁ AITUC, INTUC, CITU, HMS, TUCC, SEWA, AIUTUC, AICCTU, LPF, ଏବଂ UTUC ସମେତ ଦଶଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଦ୍ୱାରା ଡାକରା ଦିଆଯାଇଛି । କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଏହି ଭାରତ ବନ୍ଦ ଡାକରା ହୋଇଛି । ରେଳ ରୋକ, ପିକେଟିଂ ଓ ବିକ୍ଷୋଭ କରିବା ଯୋଜନା ରହିଛି । କଂଗ୍ରେସ ଓ ବିଜେଡି (ବିଜୁ ଶ୍ରମିକ ସାମ୍ମୁଖ୍ୟ) ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି । ଏହି ଧର୍ମଘଟରେ ଦେଶର ୩୦ କୋଟି ଶ୍ରମିକ ସାମିଲ ହୋଇଥିବା ଦାବି କରିଛି ଟ୍ରେଡ ୟୁନିୟନ ଦାବି କରିଛି । ଏହି ଧର୍ମଘଟ ଯୋଗୁଁ ପେଟ୍ରୋଲ୍ ପମ୍ପ, ଶିକ୍ଷାନୁଷ୍ଠାନ ଓ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ବନ୍ଦକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚର ନିବେଦନ ରହିଛି । ଓଡ଼ିଶାରେ ଶ୍ରମିକ ସଂଗଠନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳ ରୋକ, ପିକେଟିଂ ଓ ବିକ୍ଷୋଭ କରାଯାଉଛି । Post navigation Teacher Held For Raping Girl Student: ଛାତ୍ରୀଙ୍କ ସହ ଶାରିରୀକ ସଂପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ Bharat Bandh Disrupts Daily Life: ଭାରତ ବନ୍ଦ ର ପ୍ରଭାବ: ଓଡ଼ିଶାରେ ଜନଜୀବନ ପ୍ରଭାବିତ, ପ୍ରମୁଖ ସେବା ବାଧାପ୍ରାପ୍ତ