ସମ୍ପୂର୍ଣ୍ଣ ପୁରୀକୁ ଜଗିବ ସିସିଟିଭି । ପୁରୀ ପାଇଁ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା । ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ଲାଗିବି ସିସିଟିଭି । ଯାହା ଫଳରେ ଆହୁରି ସୁରକ୍ଷିତ ହେବ ପୁରୀ ସହର । କମାଣ୍ଡ ଏବଂ କଣ୍ଟ୍ରୋଲ ରୁମ୍ ସହିତ ଯୋଡିହେବ ସମସ୍ତ ସିସିଟିଭି। ଏନେଇ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ସମଙ୍ଗ, ମାଳତୀପାଟପୁର, ମଙ୍ଗଳଘାଟ ପ୍ରବେଶ ପଥରେ ଲାଗିବ ସିସିଟିଭି। ପୋର୍ଟେବଲ ନେଟ୍ୱର୍କ ଓ ଅପଟିକାଲ ଫାଇବର ଥିବା ୬୨୦ ସିସିଟିଭି ଲାଗିବ ।ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥନ ପଥରେ ମଧ୍ୟ ସିସିଟିଭି ଲାଗିବ । ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଲକଙ୍କ ଭିତରେ ଥିବା ଭୟ କମିବ ଏବଂ ଅନେକ ଅପରାଧିକ ମାମଲା ମଧ୍ୟ କମ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତ ଗତିବିଧି ଉପରେ ପୋଲିସର ନଜର ରହିବ । Post navigation ଆତଙ୍କବାଦ କେବେ ହେଲେ ବାଣିଜ୍ୟ ଏବଂ ଯୋଗାଯୋଗ ବୃଦ୍ଧି କରିବ ନାହିଁ: ଏସ୍ ଜୟଶଙ୍କର ବଢିଲା ବିଭିନ୍ନ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ