ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ । ଭୁବନେଶ୍ବରରେ ପାସ୍‌ହାର ରହିଛି ୮୩.୬୪ ପ୍ରତିଶତ । ୧୭ ଲକ୍ଷ ୮୮ ହଜାର ଦେଇଥିଲେ ଦ୍ବାଦଶ ପରୀକ୍ଷା।

cbse.gov.in, http://cbseresults.nic.in ରେଜଲ୍ଟ ଉପଲବ୍ଧ । results.cbse.nic.inରେ ମଧ୍ୟ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ ଡିଜିଲକର ଆପ୍ ମାଧ୍ୟମରେ ସେମାନଙ୍କର ଡିଜିଟାଲ୍ ମାର୍କ ସିଟ୍ ଏବଂ ପ୍ରମାଣପତ୍ର ମଧ୍ୟ ପାଇପାରିବେ। ବୋର୍ଡ ଛାତ୍ରଛାତ୍ରୀମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ SMS ପଠାଇ ଡିଜିଲକର ଲଗଇନ୍ ଆଇଡି ଏବଂ ଆକ୍ସେସ୍ କୋଡ୍ ସେୟାର କରିବ, ଯାହା ଦ୍ଵାରା ସେମାନେ ସହଜରେ ଲଗଇନ୍ କରିପାରିବେ। ଏହା ସହିତ, ଛାତ୍ରଛାତ୍ରୀମାନେ UMANG ଆପ୍ ଏବଂ SMS ସେବା ମାଧ୍ୟମରେ ମଧ୍ୟ ଫଳାଫଳ ପାଇପାରିବେ।

ଦେଶରେ ଛାତ୍ରୀଙ୍କ ପାସ୍‌ହାର ୯୧.୬୪%, ଛାତ୍ରଙ୍କ ପାସ୍‌ହାର ୮୫.୭୦% । JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ୍‌  । ଚଳିତ ବର୍ଷ ମୋଟ ୧୯, ୨୯୯ ସ୍କୁଲରୁ ୧୭ ଲକ୍ଷ ୪ ହଜାର ୩୬୭ ଜଣ (୧୭,୦୪,୩୬୭ ) ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବାବେଳେ ୧୬ ଲକ୍ଷ ୯୨ ହଜାର ୭୯୪ ଜଣ (୧୬, ୯୨,୭୯୪) ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଲକ୍ଷ ୯୬ ହଜାର ୩୦୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଫେବୃୟାରୀ ୧୫ ରୁ ଏପ୍ରିଲ ୪ ତାରିଖ ଯାଏଁ ୭୩୩୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *