ପୋଲିସ ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ଜାରି ହେଲା ମାମଲା । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ । ସିବିଆଇ ଶାଖା ଭୁବନେଶ୍ୱର ପକ୍ଷରୁ ମାମଲା ରୁଜୁ ହୋଇଛି। ଏହା ସହ ଜଣେ ଡିଏସପି ପାହ୍ୟାର ଅଫିସରଙ୍କୁ ଦିଆଗଲା ତଦନ୍ତ ଭାର । ଡିଏସପିଙ୍କ ନେତୃତ୍ୱରେ ଗଠିତ ଟିମ୍ କରିବ ତଦନ୍ତ । କ୍ରାଇମବ୍ରାଞ୍ଚକୁ ମାମଲାର ସମସ୍ତ ଦସ୍ତାବିଜ୍ ମାଗିଲା ସିବିଆଇ । ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । କ୍ରାଇମବ୍ରାଞ୍ଚ ତାର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବ । ଏହି ମାମଲା ଶ୍ରୀକାକୁଲମରୁ ନେଇ ଦୀଘା ପର୍ଯ୍ୟନ୍ତ ଚେର ଲମ୍ବି ଥିବାରୁ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆନ୍ତଃରାଜ୍ୟ ମାମଲା ହୋଇଥିବାରୁ ସିବିଆଇ ତଦନ୍ତ ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା । ଏହା ପରେ କେନ୍ଦ୍ର ପକ୍ଷରୁ ସିବିଆଇ ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । Post navigation Cold Wave: ରାଜ୍ୟରେ ବଢୁଛି ଶୀତ; ରାଜଧାନୀରେ ୧୫ ଡିଗ୍ରୀ ତଳକୁ ଖସିଲା ପାରଦ Cuttack BaliJatra Accident: କଟକ ବାଲିଯାତ୍ରାରେ ଦୋଳି ଅଚଳ; ୫୦ ଫୁଟ୍ ଉପରେ ଫସିଲେ ଲୋକ