କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରେ ଗିରଫ ହୋଇଥିବା ପୂର୍ବତନ ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ତାଲା ଥାନାର ପୂର୍ବତନ ଥାନାଧିକାରୀ ଅଭିଜିତ ମଣ୍ଡଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ରବିବାର ସ୍ୱତନ୍ତ୍ର କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁମତି ଦେଇଛନ୍ତି।

ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଣ୍ଡଳଙ୍କ ସିଧାସଳଖ ଭୂମିକା ନଥିଲେ ମଧ୍ୟ କୋଲକାତା ପୋଲିସ ଦୁଷ୍କର୍ମ-ହତ୍ୟା ମାମଲା ପରିଚାଳନା କରୁଥିବା ବେଳେ ସାକ୍ଷ୍ୟ ପ୍ରମାଣରେ ତ୍ରୁଟି ଓ ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ କରିଥିବା ଅଭିଯୋଗ ହୋଇଥିବା ନେଇ କୋର୍ଟ ସିବିଆଇ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରିଛନ୍ତି। ପରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା।

ରବିବାର ସିବିଆଇ ଓକିଲ କହିଛନ୍ତି ଯେ, ଅଗଷ୍ଟ ୯ ତାରିଖ ସକାଳେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ସେମିନାର ହଲରୁ ଟ୍ରେନି ଡାକ୍ତରଙ୍କ ମୃତଦେହ ଉଦ୍ଧାର ହେବା ପରେ ସନ୍ଦୀପ ଏବଂ ଅଭିଜିତଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ କଥାବାର୍ତ୍ତା ବିଷୟରେ ତଦନ୍ତକାରୀ ଅଧିକାରୀମାନଙ୍କୁ ସୁରାକ ମିଳିଥିଲା।

Leave a Reply

Your email address will not be published. Required fields are marked *